Advertisement

Kalampur farmers withdraw hunger strike after the assurance of tahasildar

Kalampur farmers withdraw hunger strike after the assurance of tahasildar ଟୋକନ ପାଇ ନ ଥିବା ପ୍ରତିବାଦରେ କଳମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଠାରୁ ଲିଖିତ ପ୍ରତିଶୃତି ପାଇବା ପରେ ପ୍ରତ୍ୟାହୃତ ହୋଇ ଯାଇଛି l ହେଲେ ଧର୍ମଗଡ଼ ବିଧାୟକଙ୍କୁ ହଟହଟା ହେବାକୁ ପଡିଛି l ଧର୍ମଗଡ଼ ବିଧାୟକ ମୌସଧି ବାଗ ଅନଶନକlରି ମାନଙ୍କ ନିକଟରେ ପହଂଚି ଚାଷୀ ମାନଙ୍କ ଟୋକାନ ସମ୍ପର୍କ ରେ କୌଣସି ସମାଧାନ ନକରି ତର ବର ହୋଇ ସେଠାରୁ ଅନ୍ୟ କାମ ଅଛି ବୋଲି ଖସି ଚାଲି ଯିବାକୁ ଉଦ୍ୟମ କରୁଥିବା ବେଳେ ଅନଶନକlରି ମାନେ ବିଧାୟକ ଙ୍କ ଗାଡି ଆଗରେ ଶୋଇ ରହିଥିଲେ l ଫଳରେ ବିଧାୟକ ଙ୍କୁ ହଟହଟା ହେବାକୁ ପଡିଥିଲା l ଏପରିକି ବିଧାୟକ ବାଗଙ୍କୁ ଫୋନ କରିବା ବାହାନାରେ ସେଠାରୁ ପଳାୟନ କରିବାକୁ ପଡି ଥିଲା l ବିଧାୟକଙ୍କ ଏଭଳି ଆଚରଣକୁ ଚାଷୀ ମହଲରେ ତୀବ୍ର ନିନ୍ଦା କରା ଯାଇଥିଲା l କଳମପୁର ର ଦୁଇ ଜିଲ୍ଲା ପରିଷଦ ସଭ୍ୟ ବିଜୟଦେବ ସାହୁ, ଶୁସାନ୍ତ ରାଉତ , ଧର୍ମଗଡ଼ ଭା ଜପl ର ଲଷ୍ମୀକାନ୍ତ ବାଗ , ପି ସି ସି ସଭ୍ୟ ଦିଗାମ୍ବର ଡୋରିଆ ପ୍ରମୁଖ ଚାଷୀ ମାନଙ୍କ ନିକଟରେ ପହଂଚି ଆଲୋଚନା କରିଥିଲେ l ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦାରା ଧର୍ମଗଡ଼ ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ ଦାଶ ଘଟଣା ସ୍ଥଳରେ ପହଂଚି ସାତ ଦିନ ମଧ୍ୟରେ ଟୋକନ ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା l

#odishatimes,#odisha time,#kalahandi news,#odisha news,Kalampur farmers withdraw hunger strike after the assurance of tahasildar,

Post a Comment

0 Comments